ବିହାର ନିର୍ବାଚନ; ଏଣ୍ଟ୍ରି କଲେ ଓୱାଇସି, ତେଜସ୍ଵୀଙ୍କ ବଢିଲା ଚିନ୍ତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହି ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ସିଧାସଳଖ ଲଢେଇ ହେବାକୁ ଯାଉଛି। ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱାଇସି ମଧ୍ୟ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଥିବାରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଚିନ୍ତା ବଢ଼ିଛି। ଓୱାଇସି ଏହା ମଧ୍ୟ କହିଛନ୍ତି ଯେ ସେ ଆସନ୍ତା ୨ 3 ତାରିଖରେ ବିହାର ଗସ୍ତ କରିବାକୁ ଯାଉଛନ୍ତି।ବାସ୍ତବରେ, ହାଇଦ୍ରାବାଦରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱାଇସି କହିଛନ୍ତି, “ଆମେ ବିହାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ବାହାଦୁରଗଞ୍ଜରୁ ଆମର ପ୍ରାର୍ଥୀ ମଧ୍ୟ ଘୋଷଣା କରିଛୁ। ମୋର ବାହାଦୁରଗଞ୍ଜରେ 3 ମଇରେ ଏବଂ ଅନ୍ୟ ଏକ ସ୍ଥାନରେ ଏକ ସାଧାରଣ ସଭା ଅଛି।

ଅନ୍ୟପଟେ ବିହାରରେ ଗତ ବିଧାନସଭା ନିର୍ବାଚନରେ ଓୱାଇସିଙ୍କ ଦଳ ଏଆଇଏମ୍ଆଇଏମ୍ 18 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 5 ଟି ଜିତିଥିଲା। କେବଳ ଏତିକି ନୁହେଁ, ଅନେକ ସିଟରେ ଆରଜେଡି ପ୍ରାର୍ଥୀଙ୍କ ପରାଜୟ ପାଇଁ ଓୱାଇସି ପ୍ରାର୍ଥୀମାନେ ମଧ୍ୟ ଦାୟୀ ହୋଇଥିଲେ। ଏ ଖବର ଆସିବା ପରେ ଆର ଦେଶର ରାଜନୀତିକ ମାହଲ ଗରମ ରହିଛି ।

Related Posts