ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ; ତାଙ୍କୁ ଖୋଜିଖୋଜି ମାରିବୁ: ଅମିତ୍ ଶାହା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆତଙ୍କବାଦୀଙ୍କୁ କ୍ଷମା କରାଯିବ ନାହିଁ; ତାଙ୍କୁ ଖୋଜିଖୋଜି ମାରିବୁ ବୋଲି କହିଛନ୍ତି ଅମିତ୍ ଶାହା । ଏହା ସହ ଆତଙ୍କୀ ବିରୋଧୀ ଲଢ଼େଇରେ ଆମ ସହ ସାରା ବିଶ୍ୱ ଅଛି । ଆତଙ୍କବାଦ ବିରୋଧରେ ଆମର ଜିରୋ ଟୋଲେରାନ୍ସ ନୀତି । ଆମେ ମଜବୁତର ସହ ଆମ ଲଢେଇ ଲଢିଛୁ । ସେମାନେ ଏହା ନଭାବନ୍ତୁ କି ଆମର ନାଗରିକମାନଙ୍କୁ ମାରି ସେମାନେ ଏ ଲଢେଇ ଜିତିଗଲେ ।

ମୁଁ ସମସ୍ତ ଆତଙ୍କବାଦୀଙ୍କୁ କହିବାକୁ ଚାହୁଛି ଏ ଲଢ଼େଇ ଅନ୍ତ ନାହିଁ । ପହଲଗାମ୍ ଆକ୍ରମଣ ପରେ ଆତଙ୍କୀଦେଶ ବିରୋଧରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

ଦେଶରୁ ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ପାକିସ୍ତାନ ବିଦା କରିଦେଇଛି ଭାରତ । ସେହିପରି ସିନ୍ଧୁ ନଦୀ ଜଳ ବନ୍ଦ କରିବା ସହ ପାକିସ୍ତାନୀଙ୍କ ଭିସା ମଧ୍ୟ ରଦ୍ଦ କରିଦିଆଯାଇଛି । ଏହାସହ ମିଛ ଖବର ପ୍ରସାରଣ କରୁଥିବା ପାକିସ୍ତାନର କିଛି ନ୍ୟୁଜ ଚ୍ୟାନେଲ ଓ ୟୁଟ୍ୟୁବ ଚ୍ୟାନେଲଙ୍କୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି । ବର୍ତମାନ ଦେଖିବାର ବିଷୟ ଭାରତ ଆତଙ୍କବାଦକୁ ନେଇ କଣ ବଡ ପଦକ୍ଷେପ ନେଉଛି ।

Related Posts