‘ଭାରତର ବୈଦେଶିକ ନୀତି ଭୁଶୁଡି ପଡିଛି..’: ଜୟଶଙ୍କରଙ୍କୁ ରାହୁଲଙ୍କ ୩ ପ୍ରଶ୍ନ

Rahul Gandhi & S. Jaishankar

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅପରେସନ ସିନ୍ଦୁର ପରଠାରୁ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଲଗାତାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ଏହି କ୍ରମରେ ରାହୁଲ ଟ୍ୱିଟ କରି ଜୟଶଙ୍କରଙ୍କରେ ଏକ ସାକ୍ଷାତକାର ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଜୟଶଙ୍କରଙ୍କ ସମୟରେ ଭାରତର ବୈଦେଶିକ ନୀତି ଭୁଶୁଡି ପଡିଛି । ରାହୁଲ ଜୟଶଙ୍କରଙ୍କୁ ‘JJ’ ବୋଲି ସମ୍ବୋଧନ କରି ୩ଟି ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀ ଲେଖିଛନ୍ତି, ‘JJ’ କଣ କହିବେ କି, ଭାରତକୁ ପାକିସ୍ତାନ ସହିତ କାହିଁକି ଯୋଡାଯାଉଛି? କାହିଁକି ଗୋଟିଏ ବି ଦେଶ ପାକିସ୍ତାନକୁ ନିନ୍ଦା କରିବାରେ ଆମ ସହିତ ଯୋଗ ଦେଲେ ନାହିଁ? ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କୁ କିଏ ଅନୁରୋଧ କରିଥିଲା?

ତେବେ କେବଳ ରାହୁଲ ଗାନ୍ଧି ନୁହେଁ, କଂଗ୍ରେସ ଦଳ ମଧ୍ୟ ଜୟଶଙ୍କର ଓ ସରକାରଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଚାଲିଛି । ତେବେ କଂଗ୍ରେସ୍ ପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କୁ ନୂତନ ଯୁଗର ଜୟଚନ୍ଦ ବୋଲି ବର୍ଣ୍ଣନା କରିଥିଲା। ଏହା ପ୍ରାୟତଃ ବିଶ୍ୱାସଘାତକର ପ୍ରତିଶବ୍ଦ ଭାବରେ ବ୍ୟବହୃତ ହୁଏ। ଜୟଶଙ୍କର ଅପରେସନ ସିନ୍ଦୁର ସମୟରେ ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ଜଣାଇଦେଇଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । ଏନେଇ କିଛି ଗଣମାଧ୍ୟମକୁ ଜୟଶଙ୍କର ଦେଇଥିବା ଏକ ସାକ୍ଷାତକାରର ଭିଡିଓ ମଧ୍ୟ କଂଗ୍ରେସ ପୋଷ୍ଟ କରିଥିଲା।

Related Posts