ରାଜା ଚକ୍ରଙ୍କୁ ୧୫ ଦିନ ପାଇଁ ମିଳିଲା ସର୍ତ୍ତମୁଳକ ଜାମିନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ । କେନ୍ଦୁଝର କୋର୍ଟରେ ଚାଲିଥିବା ସଦର ଥାନା ମାମଲାରେ କେନ୍ଦୁଝର ଜିଲ୍ଲା ଦୌରାଜଜ୍ ୧୫ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ରାଜା ଚକ୍ରଙ୍କର ଶ୍ଵଶୁରଙ୍କ ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଜାମିନ ମଞ୍ଜୁର ହୋଇଛି । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ଅତ୍ମସମର୍ପଣ କରିବା ନେଇ ସର୍ତ୍ତ ରହିଛି ।

ଏବେ ରାଜା ଚକ୍ର ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଆଣ୍ଡ୍ କୋଅପରେଟିଭ ସୋସାଇଟି କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ EOW ତାଙ୍କୁ ମାର୍ଚ୍ଚ -୨୦୨୫ରେ ଗିରଫ କରିଥିଲା ଓ ବର୍ତ୍ତମାନ ସେ ବାଲେଶ୍ଵର ଜେଲ୍‌ରେ ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜା ଚକ୍ର ଗିରଫ ହେବା ପରେ ଏପ୍ରିଲ ୨୦୨୫ରେ ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀର ଏଣ୍ଡ କୋଅପରେଟିଭ ସୋସାଇଟିର ଜଣେ ସଦସ୍ୟ ସୁଶାନ୍ତ ବାରିକ, ରାଜା ଚକ୍ରଙ୍କ ନାଁରେ ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି କେସ୍‌ଟି CID-CBକୁ ହସ୍ତାନ୍ତର ହୋଇଥିଲା ଓ ଏହି କେସ୍‌ରେ ତାଙ୍କୁ ଜାମିନ ମିଳିଛି । ହେଲେ ଇଓଡବ୍ଲୁ କିମ୍ବା ଇଡିର କୌଣସି କେସ୍‌ରେ ବର୍ତ୍ତମାନ ସୁଦ୍ଧା ଜାମିନ ମିଳିଥିବା ସୂଚନା ମିଳିନାହିଁ । ତେଣୁ ରାଜା ଚକ୍ର ତାଙ୍କ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Related Posts