ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ଆଜି ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ,କଟକ,କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ ୨୪ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେଲେ ବିକ୍ରମ ପଣ୍ଡା । କଟକ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ ସିଂ, କେନ୍ଦ୍ରାପଡ଼ା ସଭାପତି ହେଲେ ଶିବ ପ୍ରସାଦ ଭୋଳ, କଳାହାଣ୍ଡି ଜିଲ୍ଲା ସଭାପତି ଦାୟିତ୍ୱ ପାଇଲେ ପ୍ରଦୀପ ଦିଶାରୀ ।





