ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଆଜି ଏକ ବିଶାଳ ପଦଯାତ୍ରା କରିଛି। ଏହି ପଦଯାତ୍ରା ବଳଙ୍ଗାରୁ ବାହାରି ଥିବା ବେଳେ ନିମାପଡ଼ା ଅଭିମୁଖେ ବାହାରିଥିଲା। କଂଗ୍ରେସ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

କଂଗ୍ରେସ ଦାବି କରିଛି ଯେ, ଗତ ଜୁଲାଇ ମାସ ୧୯ତାରିଖରେ ବଳଙ୍ଗା ଅଞ୍ଚଳର ଜଣେ ନାବାଳିକାକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ପୀଡିତାଙ୍କୁ ୩ ଜଣ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା କୁହାଯାଉଥିଲା। ତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ ହୋଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଅଭିଯୋଗ ପରେ ଘଟଣାକୁ ନେଇ ପୁଲିସ ପକ୍ଷରୁ ଦୀର୍ଘ ୧୪ଦିନ ପର୍ଯ୍ୟନ୍ତ ତଦନ୍ତ, ଜେରା, ବୟାନ ରେକର୍ଡ କରିବା ସହିତ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଲୋକଙ୍କ ମୋବାଇଲ ଟ୍ରାକିଙ୍ଗ କରିବା ପରେ ବି ପୀଡ଼ିତାଙ୍କ ୪ ଥର ବୟାନ ରେକର୍ଡ କରି ମଧ୍ୟ ଶେଷରେ ପୀଡ଼ିତାଙ୍କ ପ୍ରତି ହୋଇଥିବା ଘଟଣାର କୌଣସି ଠୋସ ପ୍ରଣାମ ସହିତ ଅଭିଯୁକ୍ତ କିଏ ପୁଲିସ କହିପାରିଲା ନାହିଁ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା।

Related Posts