ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ନୂତନ କୋଠା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୮୦ କୋଟି ଟଙ୍କାରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ କୋଠାର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି, ଖୁବ ଶୀଘ୍ର ଖାଲି ପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବି ପୂରଣ ହେବ। ଚିକିତ୍ସା ପାଇଁ ଆଉ କୋରାପୁଟବାସୀଙ୍କୁ ଦୂର ଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ। ରାଜ୍ୟର ନିରନ୍ତର ବିକାଶ ଧାରାରେ କୋରାପୁଟ ଜିଲ୍ଲା ଯୋଡ଼ି ହୋଇଯାଇଛି। ଆଗାମୀ ଦିନରେ ରାଜ୍ୟ ସରକାର ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମଧ୍ୟ ମେଡିକାଲ କଲେଜ ହେବ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜୟପୁର-ବ୍ରହ୍ମପୁର-ଭୁବନେଶ୍ବର ଇକୋନମିକ୍‌ କରିଡର ୬ ଲେନ୍‌ ହେବ।

Related Posts