ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି । ସାରା ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ମଞ୍ଜୁରୀ ମିଳିଛି । ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନିଟ୍‌ ପ୍ରତିଷ୍ଠା ହେବ । ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ବ୍ୟୟ ହେବ ମୋଟ ୪ ହଜାର ୬ ଶହ କୋଟି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ । ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ହେଟେରୋଜିନିୟସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ- HIPSPL ଏହି ପ୍ରକଳ୍ପକୁ ନିର୍ମାଣ କରିବ। ଏଠାରୁ ବାର୍ଷିକ ୭୦ ହଜାର ୟୁନିଟ ଗ୍ଲାସ ପ୍ଲାନେଲ ନିର୍ମାଣ ହେବାର ଲକ୍ଷ୍ୟ ରହିଛି। ଏହା ସହ ବାର୍ଷିକ ୧୩ହଜାର ୟୁନିଟ 3DHI ମଡ୍ୟୁଲସ ମଧ୍ୟ ନିର୍ମାଣ ଲକ୍ଷ୍ୟ ରହିଛି ।