ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା, ଏଣିକି କରିପାରିବେ SC/ST ମାମଲାର ତଦନ୍ତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଢ଼ିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା। ଏଣିକି ଇନ୍ସପେକ୍ଟର ଓ SI ପାହ୍ୟାର ଅଧିକାରୀମାନେ SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ମଧ୍ୟ କରିପାରିବେ।

ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏବେ ସରକାର ଇନ୍ସପେକ୍ଟର ଓ SIଙ୍କ କ୍ଷମତା ବଢ଼ାଇ ଏହି ଦାୟିତ୍ୱ ଦେଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଏଚଆରପିସି ଏଡିଜି ଜତିନ୍ଦ୍ର କୋୟଲ ପ୍ରସ୍ତାବ ଦେଇଥିଲେ।

Related Posts