ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ପୁରୁଣା ଚେହେରା, କିଛି ଭିତିରି ବାହାରି ଡିଲ୍ ନାହିଁ: ବିଜେଡି ଉପ-ସଭାପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମରେ ମୋହର ମାରିଛି ବିଜେଡି ଦଳ । ସେପଟେ ପ୍ରାର୍ଥୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି ନୂଆପଡ଼ା ପାଇଁ ସ୍ନେହାଙ୍ଗିନୀ ପୁରୁଣା ଚେହେରା ମାମୁଁ ଘର ନୂଆପଡା ଆଉ ତାଙ୍କ ନିଜ ଘର ସେଇ ପାଖରେ ପଦ୍ମପୁରରେ । ସେ ନୂଆପଡା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ପର୍ଯ୍ୟବେକ୍ଷକ ଥିଲେ ।

ସେ ଜିଲ୍ଲା ସହ ସେ ଭଲଭାବେ ପରିଚିତ । ମହିଳା ନେତ୍ରୀ ଭାବେ ସେ ରାଜ୍ୟରେ ପରିଚିତ ଚେହେରା । ସେହି ନୂଆପଡ଼ାରେ ପୂର୍ବରୁ ବାହାରୁ ଯାଇ ଜଗନ୍ନାଥ ପଟ୍ଟନାୟକ ବିଜୟ ଲାଭ କରିଥିଲେ । ସେ ଟ୍ରେଣ୍ଡ ଆଗରୁ ରହିଛି । ଉପନିର୍ବାଚନରେ ବାହାରୁ ଯାଇକି ନିର୍ବାଚନ ଲଢ଼ି ଜିତିଛନ୍ତି । କିଛି ଭିତିରି ବାହାରି ଡିଲ୍ ନାହିଁ । ଏହା ସବୁ ଗୁଜବ । ସେଇଟା ଅସାର ପରିଣତ ହେବ । ବିଜେପି ଢୋଲକିଆଙ୍କ ପୁଅଙ୍କୁ ନେଲା ପରେ ୧୦ ରୁ ୧୨ ଜଣ ଆବେଦନକାରୀ ଥିଲେ । ତା ମଧ୍ୟରୁ ଦୁଇ ତିନି ଜଣଙ୍କୁ ଚୟନ କରାଯାଇଥିଲା । ସେ ମଧ୍ୟରୁ ଜଣେ ଅମଙ୍ଗ ହେଲେ । ବାକି ଯେଉଁମାନେ ଥିଲେ ଜିଲ୍ଲା ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ କହିଛନ୍ତି ଯାହା ଦଳ ନିର୍ଦ୍ଦେଶ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଆମେ ତାକୁ ମାନିବୁ ।

Related Posts