ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରେ ବିଜେପିର ବଡ଼ ସୋ’; ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି । ଗୋତମା ଏୟାର ଷ୍ଟ୍ରିପ ଠାରେ ଏହି ଜନସଭା ଅନୁଷ୍ଠିତ ହେବ ।
ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ପ୍ରଭାରୀ ଲତା ଉସେଣ୍ଡି, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକ ଓ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ଅନ୍ୟପଟେ ଆଜି ନୁହେଁ ଆସନ୍ତା ୧୮ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଆଜି କିଛି କାରଣ ବସତଃ ନାମାଙ୍କନ ନ କରି ଆସନ୍ତା ୧୮ରେ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।





