ମୋର ଏକୁଟିଆ ନିର୍ବାଚନ ଲଢିବାରେ ଫାଇଦା ନା ୨୪୩ ଜଣ ଲୋକ ଯିଏ ଲଢୁଛନ୍ତି ତାଙ୍କୁ ଲଢାଇବାରେ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜନ ସୁରାଜ ପ୍ରମୁଖ ପ୍ରଶାନ୍ତ କିଶୋରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ସେ ନିଜର ନିର୍ବାଚନ ଲଢିବା ପରିବର୍ତ୍ତେ ପାର୍ଟିର ପ୍ରାର୍ଥୀଙ୍କୁ ଲଢାଇବାରେ ଅଧିକ ଧ୍ୟାନ ଦେଇଛନ୍ତି। ପ୍ରଥମେ ସେ ତେଜସ୍ୱୀ ଯାଦବଙ୍କୁ ବିଧାନସଭା ସିଟ୍‌ ରାଧୋପୁରରୁ ନିର୍ବାଚନ ଲଢିବା କଥା କହିଥିଲେ, କିନ୍ତୁ ପରେ ସେ ଏଥିନେଇ ମନା କରି ଦେଇଛନ୍ତି। ଏକ ଇଣ୍ଟଭ୍ୟୁରେ ପିକେ କହିଛନ୍ତି, ଶେଷରେ ସେ କାହିଁକି ରାଧୋପୁରରୁ ବିଧାନସଭା ନିର୍ବାଚନ ଲଢିବାକୁ ମନାକଲେ। ସେ କହିଛନ୍ତି ଯେ, ରାଧୋପୁର ଯାଇଥିଲେ, ଯଦି ଲଢିଥାନ୍ତେ , ତ ସେଠାରେ ଚାରିଦିନ ରହିବାକୁ ପଡ଼ିବ।

ଏଥିରେ ଏହି ସମୟରେ ଅନ୍ୟ ସିଟ୍‌ ଗୁଡ଼ିକରେ ଦ୍ୱିତୀୟ ପ୍ରାର୍ଥୀଙ୍କ ପାଇଁ ଯାଇ ପାରି ନଥାନ୍ତେ , ଯେଉଁଥିରେ ପାର୍ଟିର କ୍ଷତି ହେବ।୨-୩ ଦିନ ମଧ୍ୟ ମୋତେ ସେଠାରେ ଦେବାକୁ ପଡ଼ିବ ଏବଂ ଏହିକାରଣରୁ ୩୦-୪୦ ବିଧାନସଭା ସିଟ୍‌ରେ ଯେଉଁଠି ମୁଁ ଯାଇ ପାରିବି, ସେଠାକୁ ଯାଇ ପାରିବି ନାହିଁ ଏବଂ ଜନସୁରାଜର ପ୍ରାର୍ଥୀଙ୍କୁ କ୍ଷତି ହୋଇଥାନ୍ତା, ଏଥିପାଇଁ ନିଷ୍ପତ୍ତି ନେଲି। ଏହା ଉପରେ ବିଚାର କରାଗଲା ଯେ,ମୋର ଏକୁଟିଆ ନିର୍ବାଚନ ଲଢିବାରେ ଫାଇଦା ନା ୨୪୩ ଜଣ ଲୋକ ଯିଏ ଲଢୁଛନ୍ତି , ତାଙ୍କୁ ଲଢାଇବାରେ ଅଧିକ ଫାଇଦା। ଖୁବ୍‌ ବିଚାର ପରେ ପାର୍ଟିର ଯେଉଁ ସାଥୀ ଅଛନ୍ତି, ସମସ୍ତଙ୍କ ମନ ଥିଲା ଯେ, ସବୁଠୁ ଅଧିକ ଫୋକସ ୨୪୩ ଜଣ ପ୍ରାର୍ଥୀଙ୍କୁ ଜିତାଇବାରେ ହେବା ଉଚିତ୍‌। ଏଥିପାଇଁ ସମସ୍ତେ ସ୍ଥିର କଲେ ଯେ, ଆପଣ ଲଢନ୍ତୁ ନାହିଁ ଏବଂ ଅନ୍ୟଙ୍କ ଲଢିବାରେ ସାହାଯ୍ୟ କରନ୍ତୁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

Related Posts