SI ପରୀକ୍ଷା ମାମଲା; ୧୧୪ ନୁହେଁ, ମୋଟ ୨୨୪ ଆଶାୟୀଙ୍କୁ ଦିଆଯାଇଥାନ୍ତା ସିଲେକ୍ଟେଡ୍ ପ୍ରଶ୍ନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲିସ ଏସ୍‌ଆଇ ନିଯୁକ୍ତି ଘୋଟାଲା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ତେବେ ୧୧୪ ନୁହେଁ, ମୋଟ ୨୨୪ ଜଣ ଆଶାୟୀଙ୍କୁ ସିଲେକ୍ଟେଡ୍ ପ୍ରଶ୍ନ ଉପରେ ଦିଆଯାଇଥା’ନ୍ତା କୋଚିଂ। ୧୧୪ ଜଣଙ୍କୁ ବିଜୟନଗରମ ନିଆଯାଉଥିବା ବେଳେ ବାକି ୧୧୦ ଜଣଙ୍କ ପାଇଁ ପଶ୍ଚିମବଙ୍ଗର ଦୀଘାରେ ହୋଇଥିଲା ବ୍ୟବସ୍ଥା। ତେବେ ୧୧୪ ଜଣ ବସ୍‌ରେ ଯାଉଥିବା ବେଳେ ଧରାପଡ଼ିବା ପରେ ସବୁ ଫସର ଫାଟି ଯାଇଥିଲା।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର।ସେ କହିଛନ୍ତି, ୧୧୪ ଜଣଙ୍କୁ ବିଜୟନଗରମ ନିଆଯାଉଥିଲା। ସେଠାରେ ସେମାନଙ୍କୁ ୪ ଦିନ ରଖି ସିଲେକ୍ଟଡ୍ ପ୍ରଶ୍ନ ଉପରେ କୋଚିଂ ଦିଆଯାଇଥା’ନ୍ତା। ଆଉ ୧୧୦ ଜଣଙ୍କ ପାଇଁ ଦୀଘାରେ ରୁମ୍‌ ବୁକ୍ କରାଯାଇଥିଲା। ବିଜୟନଗରମ ଦାୟିତ୍ୱରେ ଥିଲେ ମୁନା ମହାନ୍ତି ଥିବା ବେଳେ ଗିରଫ ଅରବିନ୍ଦ ଦାସକୁ ଦୀଘାର ଦାୟିତ୍ୱ ଦିଆଯାଇଥିଲା।

Related Posts