ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କତାର ବୈଠକ ପରେ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି। ପାକିସ୍ତାନର ବିମାନ ଆକ୍ରମଣ ପରେ ଜବାବ ଦେଇଥିଲା ଆଫଗାନିସ୍ତାନ। ତାଲିବାନ ସେନାର ଆକ୍ରମଣରେ ଯାଇଥିଲା ୫୦ରୁ ଅଧିକ ପାକ୍ ସୈନିକଙ୍କ ଜୀବନ । ପ୍ରଥମେ ଉଭୟ ପକ୍ଷ ୪୮ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲେ ମଧ୍ୟ ଆକ୍ରମଣ ଜାରି ରଖିଥିଲା ପାକିସ୍ତାନ ।
ଏସବୁ ମଧ୍ୟ କତାର ପ୍ରତିନିଧିଙ୍କ ଜରିଆରେ ଚାଲିଥିବା ଶାନ୍ତି ବୈଠକ ସଫଳ ହୋଇଥିବା ଜଣାପଡିଛି । କାତାରର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଦୋହାରେ ଅନୁଷ୍ଠିତ ଆଲୋଚନା ସମୟରେ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ।





