ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୭ ମାସ ହେଲା ଅଧିକାରୀମାନଙ୍କୁ ମାଗୁଥିଲେ ଦରମା ନମିଳିବାରୁ ସରକାରୀ ଅଫିସରେ ଝୁଲି ପଡ଼ିଲେ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚାମରଜାନଗର ଜିଲ୍ଲା ସ୍ଥିତ ପଞ୍ଚାୟତ ଅଫିସରେ । ତେବେ ବ୍ୟକ୍ତି ଜଣକ ୱାଟରମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ୫ ହଜାର ଟଙ୍କା ଥିଲା। ତଥାପି ଏହାକୁ ଅଧିକାରୀମାନେ ତାଙ୍କୁ ଠିକ ଭାବେ ଦେଉ ନଥିଲେ। ଏଥିଯୋଗୁ ପରିବାର ଚଳାଇବା ତାଙ୍କ ପାଇଁ କାଠିକର ପାଠ ହୋଇ ଯାଇଥିଲା ।
ଜୀବନ ହାରିଥିବା ବ୍ୟକ୍ତି ଜଣଙ୍କ ହେଲେ ଚିକୋସା ନାୟାକା। ଚିକୋସା ୨୦୧୬ରୁ ହୋଙ୍ଗାନୁରୁ ଗ୍ରାମ ପଞ୍ଚାୟତରେ କାମ କରୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଗୋଟିଏ ସୁଇସାଇଟ ନୋଟ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ବକେୟା ଦରମା ପାଇଁ ବାରମ୍ବାର ଅନୁରୋଧ ଓ ଅସୁସ୍ଥତା କାରଣରୁ ଇସ୍ତଫାପତ୍ର ପଠାଇବା ସତ୍ତ୍ୱେ ସ୍ଥାନୀୟ ଅଧିକାରୀମାନେ ଏହା ଉପରେ କୌଣସି ପଦକ୍ଷେପ ନେଉ ନଥିଲେ। ଏଥିପାଇଁ ସେ ଗ୍ରାମ ପଞ୍ଚାୟତ ଅଫିସର କବାଟରେ ବେକରେ ଦଉଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଗାଁ ଲୋକ ଓ ଅଧିକାରୀମାନେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।





