ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜର ଧରିଛି । ଏହା ମଧ୍ୟରେ ଆର୍ଜେଡିର ଟିକେଟ ନ ମିଳିବାରୁ ଜଣେ ଆଶାୟୀ ରାସ୍ତା ଉପରେ ନିଜ ସାର୍ଟ ଚିରି ତଳେ ଗଡ଼ି କାନ୍ଦିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେ ହେଉଛନ୍ତି ପୂର୍ବ ଚମ୍ପାରଣ ଜିଲ୍ଲାର ମଧୁବନ ବିଧାନସଭା ଆସନ ପାଇଁ ଆଶାୟୀ ମଦନ ଶାହ ।
ତେବେ ମଦନ ରାବଡ଼ୀ ଆବାସ ବାହାରେ ଚିତ୍କାର କରିବା ସହିତ କହିଥିଲେ, ତାଙ୍କୁ ଏଠାରୁ ଟିକେଟ୍ ପାଇବାକୁ ହେଲେ ୨.୭୦ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଟଙ୍କା ନଦେବାରୁ ଟିକେଟ୍ ଅନ୍ୟ କାହାକୁ ଦିଆଗଲା। ଟିକେଟ୍ ମିଳିବ ବୋଲି ତାଙ୍କୁ ନିଜେ ଆର୍ଜେଡି ମୁଖ୍ୟ ଲାଲୁ ଯାଦବ କହିଥିଲେ। ସେଥିପାଇଁ ସେ ନିଜ ପୁଅ-ଝିଅଙ୍କ ବାହାଘର ମଧ୍ୟ ଘୁଞ୍ଚାଇ ଦେଇଥିଲେ।





