ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା; ରାଜନୈତିକ ଶତ୍ରୁତାରୁ ମର୍ଡର, ୫୦ ଲକ୍ଷରେ ହୋଇଥିଲା ଡ଼ିଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାକୁ ନେଇ ବଡ ଅପଡେଟ ।ତେବେ ରାଜନୈତିକ ଶତ୍ରୁତାରୁ ହୋଇଥିଲା ମର୍ଡର। ୫୦ ଲକ୍ଷରେ ହୋଇଥିଲା ଡ଼ିଲ ବୋଲି ସୂଚନା ମିଳିଛି । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସାର୍ପ ସୁଟର। ପଏଣ୍ଟ ବ୍ଲାଙ୍କରୁ ଫାୟରିଂ କରିଥିଲେ ସାର୍ପ ସୁଟର । ଏହି ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା ।

ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ ସାର୍ପ ସୁଟର।ଅକ୍ଟୋବର ୬ ତାରିଖ । କୁମାର ପୂର୍ଣ୍ଣିମା ରାତି । ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଫେରୁଥିଲେ । ବୈକୁଣ୍ଠନଗର ବୁଲାଣିରେ ଯାଉଥିବା ବେଳେ ହଠାତ୍‌ ଦୁର୍ବୃତ୍ତ ଆସି ଗୁଳି କରିଥିଲେ । ଯେଉଁଥିରେ ସ୍ପଟରେ ହିଁ ଟଳିପଡିଥିଲେ ପୀତବାସ । ଏହି ହତ୍ୟା ପରେ ପୁରା ବ୍ରହ୍ମପୁରରେ ଖେଳିଗଲା ଆତଙ୍କର ମାହୋଲ।

Related Posts