ଅପର୍ଣ୍ଣା ମୃତ୍ୟୁ ମାମଲା; ଦୁର୍ଘଟଣା ନୁହେଁ ହତ୍ୟା କରିଥିଲା ସ୍ବାମୀ ଦୀପକ, ମିଳିଲା ଗୁରୁତ୍ବପୂର୍ଣ୍ଣ ପ୍ରମାଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅପର୍ଣ୍ଣା ମୃତ୍ୟୁ ମାମଲାକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ଦୁର୍ଘଟଣା ନୁହେଁ ହତ୍ୟା କରିଥିଲା ସ୍ବାମୀ ଦୀପକ । ଏନେଇ ପୋଲିସକୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଥିବାର ସୂଚନା ମିଳିଛି । ତେବେ ପୂରା ଘଟଣା ଉପରୁ ପରଦା ହଟାଇବାକୁ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିବ ପୁଲିସ । ଝାରପଡ଼ା ଜେଲରେ ବନ୍ଦ ଥିବା ଦୀପକଙ୍କୁ ପଚରାଉଚରା ବେଳେ ବଡ଼ ପ୍ରମାଣ ପାଇଛି ପୁଲିସ । ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ରାଧାକିଶୋର ପୁରଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ପୂର୍ବରୁ ପୁଲିସକୁ କହିଥିଲା ଦୀପକ । ତେବେ ଅପର୍ଣ୍ଣାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆସିବା ପରେ ଶବ‌ ବ୍ୟବଚ୍ଛେଦ ରିପୋର୍ଟକୁ ପୁନଃଯାଞ୍ଚ କରାଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଟିମର ଚୁଡ଼ାନ୍ତ ରିପୋର୍ଟରୁ ପୁଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଅପର୍ଣ୍ଣା ମୃତ୍ୟୁକୁ ନେଇ ସେତେବେଳେ ଚର୍ଚ୍ଚା ବଢିଥିଲା ଯେତେବେଳେ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡରେ ଦୀପକଙ୍କ ସମ୍ପୃକ୍ତି ମିଳିଥିଲା । ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିବା ପରେ ବୀମା ଟଙ୍କା ପାଇଁ ତାଙ୍କୁ ହତ୍ୟା କରି ପୋତି ଦେଇଥିଲେ ଦୀପକ । ପରେ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସନ୍ଦେହ କରିଥିଲେ ।

Related Posts