ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ୍‌ କଂଗ୍ରେସର ୮୪ତମ ଅଧିବେଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ୍‌ କଂଗ୍ରେସର ୮୪ତମ ଅଧିବେଶନ । ଏ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ନଭେମ୍ବର ୭ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ ଏହି ଅଧିବେଶନ । ଓଡ଼ିଶା ଗସ୍ତରେ ଆସି ଏହି ଅଧିବେଶନରେ ଯୋଗ ଦେବେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ପ୍ରାୟ ଦୁଇ ହଜାର IRC ପ୍ରତିନିଧିଙ୍କ ଯୋଗଦାନ ସହିତ ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।

ଓଡ଼ିଶା ୧୯୫୪, ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ରେ ସଫଳତାର ସହିତ ୫ଟି IRC ଅଧିବେଶନ ଆୟୋଜନ କରି ଷଷ୍ଠ ଥର ପାଇଁ IRCର ବାର୍ଷିକ ଅଧିବେଶନ ଆୟୋଜନ କରିବ ।ଅଧିବେଶନ ପରିଚାଳନା ପାଇଁ ଅଧିବେଶନର ୧୮ଟି କମିଟି ଗଠନ କରାଯାଇଛି । ରାଜ୍ୟ ବାହାର ପ୍ରତିନିଧି ମାନଙ୍କ ରହଣି ପାଇଁ OTDC ଦ୍ୱାରା ଭୁବନେଶ୍ୱରର ୯୦୦ ହୋଟେଲ ରୁମ୍ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ, ସ୍ଥାନ ନିକଟରେ ଅବସ୍ଥିତ ବିଭିନ୍ନ ହୋଟେଲରେ ୧୫୦ଟି ରୁମ୍ VVIP, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ IRCର ଅଧିକାରୀଙ୍କ ରହଣି ପାଇଁ ସଂରକ୍ଷିତ କରାଯାଇଛି ।

Related Posts