ନୂଆପଡ଼ା ଉପ-ନିର୍ବାଚନ; ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ-ନିର୍ବାଚନ ପାଇଁ ସାରା ରାଜ୍ୟର ରାଜନୀତି ସରଗରମ ହୋଇଉଠିଛି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ୧୯ ଜଣ ପ୍ରାର୍ଥୀ ୨୮ ଗୋଟି ନାମାଙ୍କନ ଦାଖଲ କରିଥିଲେ। ଯେଉଁଥିରୁ ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ଏବେ ରଣକ୍ଷେତ୍ରରେ ରହିଲେ ୧୪ ଜଣ ପ୍ରାର୍ଥୀ । ବିଜେପି, ବିଜେଡି ଓ କଂଗ୍ରେସ ଏଇ ତିନି ପ୍ରମୁଖ ଦଳ ଉପରେ ସମସ୍ତଙ୍କ ନଜର ରହିଛି ।ଆଜି ବିଜେପିରୁ ପ୍ରାର୍ଥୀ ଜୟ ଢୋଲକିଆ କୋମନା ବ୍ଲକର ୩ ନମ୍ବର ଜୋନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

ଏହାସହ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ନୂଆପଡା ବ୍ଲକର ୯ ନମ୍ବର ଜୋନରେ ପ୍ରଚାର ଆରମ୍ଭ କରିବେ । ସେପଟେ ବିଜେଡି ମଧ୍ୟ ଆଜି କୋମନା ବ୍ଲକର ୩ ନମ୍ବର ଜୋନର ତିନୋଟି ପଞ୍ଚାୟତରେ ପ୍ରଚାର ଆରମ୍ଭ କରିବ । ଅନ୍ୟପଟେ ନୂଆପଡ଼ାରେ ଜମୁଛି ପ୍ରଚାର । ତିନିଦଳ ମତଦାତାଙ୍କୁ ନିଜ ନିଜ ସପକ୍ଷରେ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ନିଜଆଡ଼କୁ ଆକର୍ଷଣ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ।

Related Posts