ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁର୍ଗାପୁର ଦୁଷ୍କର୍ମ ମାମଲାକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସିଛି । ତେବେପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଆଜି ହେବ ପୀଡିତାଙ୍କ ଟିଆଇ ପରେଡ । ଘଟଣାର ସତ୍ୟାସତ ଆଣିବ ଆସାନସୋଲ ଦୁର୍ଗାପୁର ପୋଲିସ । ଅଭିଯୁକ୍ତ ମାନଙ୍କର ରିମାଣ୍ଡ ସରିବା ପରେ ଜେଲ ହାଜତକୁ ପଠାଇ ଥିଲେ ପୋଲିସ ।ପରେ ଟିଆଇ ପରେଡ ପାଇଁ ଅନୁମତି ମାଗିବାରୁ ମାନ୍ୟବର କୋର୍ଟ ଅନୁମତି ଦେବା ପରେ ଆଜି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପୀଡିତାଙ୍କୁ ନେଇ ଟିଆଇ ପରେଡ କରିବ ପୋଲିସ ।
ମୋବାଇଲର ହ୍ୱାଟସ୍ ଆପ୍ ଚାଟ ଓ ଟିଆଇ ପରେଡ ପରେ ସାମ୍ନାକୁ ଆସିବ । ସେଦିନର କିଟି ମିଟି ଅନ୍ଧାର ରାତିରେ ପରାନଗଞ୍ଜ ଜଙ୍ଗଲରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହିତ କିଏ ଓ କାହିଁକି ଘଟାଇଥିଲା ଏଭଳି ଅମାନୁସିକ କାଣ୍ଡ । ସେପଟେ ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ । ଫଳରେ ଘଟଣାର ଦୀର୍ଘ ଦିନ ପରେ ବି କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହିଁ ପୁଲିସ । ଗିରଫ ହୋଇଥିବା ପୀଡ଼ିତା ଛାତ୍ରୀଙ୍କ ପୁରୁଷବନ୍ଧୁ ବାରମ୍ବାର ବୟାନ ବଦଳାଉଥିବା ବେଳେ ପୁଲିସର ତଦନ୍ତ ତା’ ଉପରେ କେନ୍ଦ୍ରୀଭୂତ ରହିଛି । ଗତ ୧୦ ତାରିଖ ରାତିରେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ବୈଷୟିକ ଓ ସାଇଣ୍ଟିଫିକ ଟିମ୍ର ତଦନ୍ତ ବେଳେ ଯେଉଁ ପ୍ରମାଣ ମିଳିଛି, ସେଥିରୁ ଏହା ଗଣଦୁଷ୍କର୍ମ ନୁହେଁ ବରଂ ଦୁଷ୍କର୍ମ ବୋଲି ସୂଚନା ଦେଇଛନ୍ତି ଅସନଶୋଲ-ଦୁର୍ଗାପୁର ପୁଲିସ କମିସନର । ପୀଡ଼ିତାଙ୍କ ସହ ଜଣେ ଦୁଷ୍କର୍ମ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ପୋଲିସ କହିଛି ।





