ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଆଯିବ ନିଷ୍ପତ୍ତିି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଆଯିବ ନିଷ୍ପତ୍ତିି । ତେବେ ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ| ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି | ଛୁଟି ହେବ କି ନାହିଁ କାଲି ନିଷ୍ପତ୍ତି | ଆଜି ଏଭଳି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଆସନ୍ତାକାଲି ପୁଣି ଜିଲ୍ଲାପାଳଙ୍କ ସହ ବୈଠକ |

ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା| ଅବପାତରେ ପରିଣତ ହୋଇଛି | ଗୋପାଳପୁର ଠାରୁ ବାତ୍ୟା ୧ ହଜାର କିମି ଦୂରରେ ଅଛି | ଧୀରେ ଧୀରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି | ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ | ତୀବ୍ରତା ବଢ଼ିବାରେ ଲାଗିଛି | ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Related Posts