ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ସେ ମାତ୍ର ୪ ମାସ ତଳେ କୋଚିଂ ନେବାକୁ ରାଜସ୍ଥାନର କୋଟା ଯାଇଥିଲେ । ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ସହ କୋଟାରେ ଗୋଟିଏ ରୁମରେ ରହୁଥିଲେ । ରାତିରେ ଉଭୟ ଖାଦ୍ୟ ଖାଇଥିଲେ ଏବଂ ସକାଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ।
ଏହାପରେ ସମ୍ପର୍କୀୟ ଭାଇ କୋଚିଂ ପାଇଁ ଚାଲିଯାଇଥିଲେ । ରୁମରେ ପହଞ୍ଚିଲା ବେଳକୁ ଭିତରୁ କବାଟ ବନ୍ଦ ଥିଲା ।ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା ଏବଂ ବେଡ ଉପରେ ସେ ଅଚେତ ଅବସ୍ଥାରେ ପଡିଥିଲେ । ହଷ୍ଟେଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ ରୋଶନଙ୍କ ପରିବାର ଲୋକ ଆଜି ସକାଳେ ବିମାନ ଯୋଗେ ଯାଇ କୋଟାରେ ପହଞ୍ଚିବେ । ଏହାପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।





