ମହାକାର୍ତ୍ତିକରେ ଉପବାସରେ ରହିଲେ ଲିଙ୍ଗରାଜ ମହାପ୍ରଭୁ; ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାକାର୍ତ୍ତିକରେ ଉପବାସରେ ରହିଲେ ଲିଙ୍ଗରାଜ ମହାପ୍ରଭୁ । ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ । ତେବେ କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଇଛି ମହାବିଭ୍ରାଟ । କାର୍ତ୍ତିକରେ ବୁଧବାର ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବନ୍ଦ କଲେ ସେବାୟତ। ପାଳି ଥିବା ସମର୍ଥା ନିଯୋଗ ସେବାୟତ ବନ୍ଦ କରିଛନ୍ତି ଲିଙ୍ଗରାଜଙ୍କ ସେବା । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କରି ସମାଧାନ ନକରିଥିବାରୁ ଲିଙ୍ଗରାଜ ମହାପ୍ରଭୁ ମହାକାର୍ତ୍ତିକ ମାସରେ ଖଡା ଉପବାସରେ ଅଛନ୍ତି । ସେପଟେ ଠାକୁରଙ୍କ ସମର୍ଥା ସେବାୟତର ନିଅଂଶ(ଉତ୍ତରାଧିକାରୀ ନ ଥିବା)ପରିବାରର ୨ ଦିନ(ବୁଧ ଏବଂ ଗୁରବାର) ପାଳି ଥିଲା । ଯାହା ଆଗରୁ ନିଜ ମଧ୍ୟରେ ଆଲୋଚନା କରି ସମର୍ଥା ସେବାୟତମାନେ ନିଅଂଶ ପାଳି ତୁଲାଉ ଥିଲେ । କିନ୍ତୁ ଗତ ମାସ ୪ ତାରିଖରେ ବିଏମ୍‌ସି ଓ ମନ୍ଦିର ପ୍ରଶାସନ ମିଳିତ ଭାବେ କିଛି ସମର୍ଥା ସେବାୟତଙ୍କ ଫୁଲ- ଦୀପ ଦୋକାନ ସିଂହଦ୍ୱାର ସମ୍ମୁଖରେ ଉଚ୍ଛେଦ କରାଇଥିବାରୁ ସେହିଦିନଠାରୁ ସେମାନେ ନୀତିରେ ସହଯୋଗ କରିବେନି ବୋଲି କଡ଼ା ଚେତାବନୀ ଦେଇଥିଲେ ।

କିଛିଦିନ ପରେ ଅର୍ଥାତ ୯ ତାରିଖରେ ଏହି ନିଅଂଶ ପାଳି ପାଇଁ ଅସହଯୋଗର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ସେଦିନ ନିଅଂଶ ପାଳିର ସେବାୟତନ ଆସିବାରୁ ସମସ୍ତ ନୀତି ଆଉ ଧୂପ ବେଳେ ବିନା ଘଣ୍ଟ ବାଦ୍ୟରେ କାମ ଚଳାଯାଇଥିଲା । ସେତେବେଳେ ଯଦି ପ୍ରଶାସନ ଘଟଣାକୁ ଗୁରୁତର ଭାବେ ବିଚାରକୁ ନେଇଥାନ୍ତା, ହୁଏତ ଆଜିର ପରିସ୍ଥିତିକୁ ଏଡାଇ ଦିଆଯାଇପାରିଥାନ୍ତା । ମାତ୍ର ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷମାନେ କହିଲେ, ଆମେ ନିଅଂଶ ପାଳି ବାବଦରେ ତଦନ୍ତ କରିଛୁ । ଖୁବ୍‌ଶୀଘ୍ର ଏହି ଦ୍ୱନ୍ଦ୍ୱର ପୂର୍ଣ୍ଣଚ୍ଛେଦ ପଡ଼ିବ । କିନ୍ତୁ ୫୦ ଦିନ ବିତିଗଲା ପଛେ ସମସ୍ୟା ସମାଧାନ ହେଲାନି ।

Related Posts