ନିଶାମୁକ୍ତ ହେବ କ୍ୟାମ୍ପସ; ପ୍ରତି କ୍ୟାମ୍ପସ୍‌ରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଶାମୁକ୍ତ ହେବ କ୍ୟାମ୍ପସ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ପ୍ରତି କ୍ୟାମ୍ପସ୍‌ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ। କଲେଜ ଏବଂ ବିଶ୍ବ ବିଦ୍ୟାଳୟର ଜଣେ ଅଧ୍ୟାପକ କିମ୍ବା ଅଧ୍ୟାପିକାଙ୍କୁ ମଧ୍ୟ ଏନେଇ ଦାୟିତ୍ବ ଦିଆଯିବ।କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବାକୁ ସରକାର ପ୍ରୟାସ ଆରମ୍ଭ କରିବେ । ଏନେଇ ଏକ ବିସ୍ତୃତ ମାର୍ଗଦର୍ଶିକା ୟୁଜିସି ତରଫରୁ ଜାରି କରାଯାଇଛି। ସେପଟେ ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଏଵଂ ବିଶ୍ବ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ ଯୋଗ, ଶାରୀରିକ ଦକ୍ଷତା ଏଵଂ ପୃଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦେବେ।

ଏନେଇ କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଜଣେ ଅଧିକାରୀ ନିଯୁକ୍ତ ହେବେ। ସେ ସେହି କଲେଜ କିମ୍ବା ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ହୋଇଥିବେ। ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଦେଶରେ କିଛି କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଏଭଳି ଅବସ୍ଥା ପରେ UGC ନିଶାମୁକ୍ତ କ୍ୟାମ୍ପସ ଗଠନ କରିବାକୁ ପ୍ରୟାସ ନେଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

Related Posts