ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା CBSE, ଫେବ୍ରୁଆରୀ ୧୭ରୁ ହେବ ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା CBSE । ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ପରୀକ୍ଷା । ତେବେ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଇ ସେମାନଙ୍କର ଡେଟ୍‌ସିଟ୍ ଦେଖିପାରିବେ ।

ଦଶମ ଶ୍ରେଣୀ ପରୀକ୍ଷା ୧୦ ମାର୍ଚ୍ଚ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୯ ଏପ୍ରିଲ, ୨୦୨୬ରେ ଶେଷ ହେବ । ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ଏବଂ ଅପରାହ୍ନ ୧ଟା ୩୦ରେ ଶେଷ ହେବ ।

Related Posts