ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪୭ ଦିନ ପରେ ସ୍ୱାଭାବିକ ହେଲା କଳିଙ୍ଗାଘାଟି ରାସ୍ତା । ତେବେ କଳିଙ୍ଗା ଘାଟିରେ ଭୁ-ସ୍ପଳନ ହେବା ଠାରୁ ଲୋକ ମାନେ ଓ ଯାନ ବାହାନ ପ୍ରାୟ ୫୦ ରୁ ୬୦ କିଲୋ ମିଟର ଅଧିକା ରାସ୍ତା ହୋଇ ଗଞ୍ଜାମ ଜିଲ୍ଲା ଓ ଭୁବନେଶ୍ୱର ଯାତାୟାତ କରୁଥିଲେ । ଆଜି ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା ଉପରେ ଥିବା ମାଟି ଓ ରାସ୍ତା ପାର୍ଶ୍ଵରେ ଥିବା ବାଲି ବସ୍ତାକୁ ହଟାଇ ଦେଇଅଛି ।
କ୍ୟାମେରା ସମ୍ମୁଖରେ କିଛି କହି ନ ଥିଲେ ମଧ୍ୟ ଏହି ରାସ୍ତାରେ ବର୍ତ୍ତମାନ ଦୁଇ ଚକିଆ ଓ ଚାରି ଚକିଆ ଯାନ ଯିବା ଆସିବା କରିବା ପରେ ରାସ୍ତାର ଦୁଇ ପାର୍ଶ୍ଵରେ ଗାର୍ଡ ୱାଲ୍ ହେଲା ପରେ ଭାରି ଯାନ ଓ ବସ ଯିବାକୁ ଅନୁମତି ଦିଆଯିବର ସୂଚନା ମିଳିଛି ।





