ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେଲା ପଞ୍ଚୁକ । ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ । ବିଶେଷ କରି କଟକର ଧବଳେଶ୍ବର ଶୈବପୀଠ ଓ ଭଦ୍ରକଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି ।
ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି।





