ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ଗଲା ୯ ଜୀବନ

ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟାରେ ଗଲା ୯ ଜୀବନ । ଏହି ଦଳାଚକଟାରେ ଆହୁରି ଅନେକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି କି ଏକାଦଶୀ ପାଳନ ପାଇଁ ମନ୍ଦିରରେ ଏକ ବଡ଼ ଧରଣର ଭିଡ଼ ଜମିଥିବା ସମୟରେ ଦଳାଚକଟା ଘଟିଥିଲା। ଅନେକ ଭକ୍ତ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଦଳ ଏବଂ ଜରୁରୀକାଳୀନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ପରେ ରାଜ୍ୟ କୃଷି ମନ୍ତ୍ରୀ କେ ଆଟଚାନ୍ନାଇଡୁ ମନ୍ଦିରରେ ପହଞ୍ଚି ପରିସ୍ଥିତିକୁ ଯାଞ୍ଚ୍‌ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ କରିଥିଲେ। ଭିଡ଼କୁ ପରିଚାଳନା କରିବା ଏବଂ ରିଲିଫ୍ କାର୍ଯ୍ୟରେ ସହାୟତା କରିବା ପାଇଁ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related Posts