ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ନେଇ ସାରା ରାଜ୍ୟର ରାଜନୀତିକ ମାହଲ ଚଳଚଞ୍ଚଳ ହୋଇଉଠିଛି । ଏହା ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି। ଗତ ରାତିରେ କୋମନା ପୁରୁଣା ବ୍ଲକ ଛକରେ ହୋଇଥିବା ପାଟିତୁଣ୍ଡ। ମିଳିଥିବା ସୂଚନା ମୁତାବକ, କୋରାପୁଟ ବିଧାୟକଙ୍କ ପିଏସଓଙ୍କ ସହ ଜଣେ ଯୁବକ କୋମନା ପୁରୁଣା ବ୍ଲକ ଛକରେ ଥିଲେ।
ଏହି ସମୟରେ କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ସ୍ଥିତି ବିଗିଡ଼ିବା ସହ ବିଧାୟକଙ୍କ ପିଏସଓ ଫାଙ୍କା ଗୁଳି ଚଳାଇଥିଲେ। ଘଟଣାକୁ ନେଇ କୋମନା ପୋଲିସ୍ ତଦନ୍ତ କରି ବିଧାୟକଙ୍କ ପିଏସଓଙ୍କ ନାଁରେ ମାମଲା ରୁଜୁ କରିଥିବାର ସୂଚନା ମିଳିଛି ।





