ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋଲିସ ଏସଆଇ ସ୍କ୍ୟାମ୍ କୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହା ମଧ୍ୟରେ ନେପାଳ ସୀମାରୁ ଗିରଫ ହେଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ଶଙ୍କର ପୃଷ୍ଟିକୁ ଗିରଫ ସହ ଏକ ଫଚ୍ୟୁନର କାର୍ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ତେବେ ମୋ ଉପରେ ଲଗାଯାଇଥିବା ଅଭିଯୋଗ ମିଥ୍ୟା । ମୁଁ କେଉଁଠି ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଛି । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି । ଗିରଫ ଅଭିଯୁକ୍ତମାନଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି କହିଛି ଶଙ୍କର । ସେପଟେ ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଘୋଟାଲାର ଶଙ୍କର ଥିଲା ମାଷ୍ଟର ମାଇଣ୍ଡ ଥିବା ବେଳେ ଦୀର୍ଘଦିନ ହେ ଫେରାର ଥିଲା ।
ଏହି ଘଟଣାର ପର୍ଦ୍ଦାଫାସ ହେଲା ପରେ ଶଙ୍କର ନେପାଳ ପଳାୟନ କରିଥିଲା। ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ । ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓପିଆରବି ଦ୍ବାରା ପ୍ରସ୍ତୁତ ପୋଲିସ ଏସ୍ ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।





