ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନନ୍ତ ସିଂହଙ୍କ ଗିରଫ ପରେ ବିହାର ରାଜନୀତିର ମାହଲ ଚଳଚଞ୍ଚଳ ହୋଇଉଠିଛି ଏହା ମଧ୍ୟରେ ଗିରଫ ହେବା ପରେ ଅନନ୍ତ ସିଂହଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ମୋକାମାର ଲୋକମାନେ ଏବେ ନିର୍ବାଚନ ଲଢ଼ିବେ। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରି ଜନତା ଦଳ ୟୁନାଇଟେଡ୍ ପ୍ରାର୍ଥୀ ଅନନ୍ତ ସିଂହ ଲେଖିଛନ୍ତି, ସତ୍ୟମେବ ଜୟତେ!! ମୋକାମାର ଲୋକଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ତେଣୁ ନିର୍ବାଚନ ଏବେ ମୋକାମାର ଲୋକମାନେ ଲଢ଼ିବେ। ଏହି ପୋଷ୍ଟ ଫେସବୁକରେ ସେୟାର ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି ।





