ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନକୁ ନେଇ ରାଜନୀତିକ ଦଳମାନଙ୍କର ବୟାନ ବାଜି ଜୋରଦାର ଚାଲିଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଥିଲା । ସେପଟେ ଏହାର ଜବାବ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ। ଗତକାଲି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ନବୀନ ବିଜେପିକୁ ସମାଲୋଚନା କରିବା ସହ ଜୟଙ୍କୁ ନିଶାନା କରିଥିଲେ।
ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଯାହାର ଜବାବ ଦେବା ସହ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ। ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ସେତେବେଳେ ଥରେ ବି ସେ ଦେଖିବାକୁ ଆସିନଥିଲେ। ତାଙ୍କ ରଣନୀତି କଣ ଥିବ ସେଥିପାଇଁ ନବୀନ ଏମିତି କହିଥାଇପାରନ୍ତି। ନୂଆପଡ଼ାବାସୀ ସବୁ କଥା ଭଲ ଭାବେ ବୁଝିଛନ୍ତି ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।





