ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଟକ ବାଲିଯାତ୍ରା ଆୟୋଜନ ବିବାଦରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ। ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ସେପଟେ ଉପର ବାଲିଯାତ୍ରା ପଡିଆକୁ ଆୟୋଜନରୁ ବାଦ୍ ଦେଇଥିଲା ପ୍ରଶାସନ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ । ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।





