ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ୨ ଦିନିଆ ରିମାଣ୍ଡରେ ଗଲେ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ତେବେ ଉଭୟଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଦୁଇଦିନ ରିମାଣ୍ଡର ଅନୁମତି ଦେଇଛନ୍ତି। ଏମାନଙ୍କୁ ପଚରାଉଚରା କରି ଆହୁରି ଗୁମର ଖୋଲିବ ବୋଲି ଆଶା ରଖିଛି ପୋଲିସ।
ସେପଟେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ୪ ଚାରିଜଣଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିବ। ଉମା ବିଷୋୟୀ ଏବଂ କୁରୁପତିକୁ ମିଶାଇ ୧୬ଜଣ ଅଭିଯୁକ୍ତ ଗିରଫ କଲାଣି ପୋଲିସ।





