ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଳାସପୁର ସହରଠାରୁ ଅଳ୍ପ ଦୂରରେ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା ଘଟିବାର ସୂଚନା ମିଳିଛି । ଏକ ମାଲବାହୀ ଟ୍ରେନ୍ ଉପରେ ପାସେଞ୍ଜର ଟ୍ରେନ୍ ଚଢ଼ିଯିବା ଫଳରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ପଛପଟୁ ଧକ୍କା ଦେବା ପରେ ପାସେଞ୍ଜର ମେମୁ ଟ୍ରେନ୍ର ଇଞ୍ଜିନ୍ ମାଲବାହୀ ଟ୍ରେନ୍ର ଗୋଟିଏ ବଗି ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ କିଛି ଆହତଙ୍କୁ ଉଦ୍ଧାର କରିବା ପରେ ରେଳବାଇର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ୟାସ୍ କଟର୍ ସାହାଯ୍ୟରେ ପାସେଞ୍ଜର ଟ୍ରେନ୍ର ବଗିକୁ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି।ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ଲାଗି ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରେଳବାଇ। ଅନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି।





