ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୀତି ବେଶ୍ ସରଗରମ ହୋଇଉଠିଛି । ଏହା ମଧ୍ୟରେ ଦ୍ବିତୀୟଥର ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ୧୧ଟାରେ ଶ୍ରୀ ପଟ୍ଟନାୟକ ଖରିଆର ରୋଡ୍ ଥାନା ନିକଟସ୍ଥ ପଡ଼ିଆରେ ପହଞ୍ଚିବେ।
ସେଠାରୁ ଏକ ରୋଡ୍ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଆସିବେ। ଏହି ଅବସରରେ ଖରିଆର ରୋଡ୍ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖମନିଆ ଛକରେ ଉପସ୍ଥିତ ଜନତାଙ୍କୁ ଶ୍ରୀ ପଟ୍ଟନାୟକ ସମ୍ୱୋଧିତ କରିବେ।ରୋଡ୍ ସୋ’ରେ ନୂଆପଡ଼ାରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ। ଦିନ ୩ଟାରେ ନୂଆପଡ଼ାର ପାରକୋଡ଼ରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି ।





