ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି, ଭକ୍ତଙ୍କ ଠାରୁ ପୁଣି ମିଳିଲା ହିଡେନ୍ କ୍ୟାମେରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି। ଭକ୍ତଙ୍କ ଠାରୁ ପୁଣି ମିଳିଲା ହିଡେନ୍ କ୍ୟାମେରା । ଜଗମୋହନରେ ସେବାୟତଙ୍କ ହାତରେ ଧରାପଡିଲେ ଭରତ ପାଣ୍ଡିଆ । ପ୍ରୋଟକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ସେବାୟତ ମାନେ ଧରିଛନ୍ତି । ଜେଟିପି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରା ଉଚରା କରିଥିଲେ । ପରେ ତାଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇଛି । ପୂର୍ବରୁ ମଧ୍ୟ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ଏହି ଘଟଣା ନୂଆ ନୁହେଁ । ବାରମ୍ୱାର ଶ୍ରୀମନ୍ଦିର ଭିତରୁ ଜବତ ହେଲାଣି ହିଡେନ୍ କ୍ୟାମେରା । ଗତ କିଛି ଦିନ ତଳେ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ।

Related Posts