ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼ । ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି । କାର୍ତ୍ତିକ ମାସରେ ହବିଷ ବ୍ରତ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି ।





