କମ୍ପୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର; ବିଜେଡି ସୁପ୍ରିମୋଙ୍କ ରୋଡ୍ ଶୋ’, ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିଲେ ଭୋଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆପଡ଼ାରେ ନବୀନ ପଟ୍ଟନାୟକ ରୋଡ୍ ଶୋ’ କରିଛନ୍ତି । ଏକ ସ୍ବତନ୍ତ୍ର ବସ୍‌ରେ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ଖରିଆ ରୋଡ୍ ଏବଂ ନୂଆପଡ଼ା ବ୍ଲକ୍‌ରେ ନବୀନ ରୋଡ୍ ଶୋ’ କରିଛନ୍ତି ।ନୂଆପଡ଼ାରେ ନବୀନଙ୍କ ରୋଡ୍ ଶୋ’ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।

ନବୀନଙ୍କୁ ଦେଖିବାକୁ ନୂଆପଡ଼ା ରାସ୍ତା ଜନସମୁଦ୍ର ପାଲଟିଥିଲା । ନବୀନଙ୍କ ରୋଡ୍ ଶୋ’ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଅନ୍ୟ ବରିଷ୍ଠ ନେତା ମାନେ ସାମିଲ ଅଛନ୍ତି । ସେପଟେ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

Related Posts