୨୦ ବର୍ଷ ବହୁତ ହେଲା, ତାଓ୍ୱାରୁ ରୋଟି ଓଲଟାଇବା ଦରକାର, ନହେଲେ ରୁଟି ପୋଡ଼ିଯିବ: ଲାଲୁ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବଡ ବୟାନ ଦେଇଛନ୍ତି। ତେବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ ସେୟା କରି ଲେକିଛନ୍ତି, ତାଓ୍ୱାରୁ ରୋଟି ଓଲଟାଇବା ଦରକାର । ନହେଲେ ରୁଟି ପୋଡ଼ିଯିବ । ୨୦ ବର୍ଷ ବହୁତ ହେଲା, ଏବେ ଯୁବ ସରକାର ଏବଂ ନୂଆ ବିହାର ପାଇଁ ତେଜସ୍ୱୀ ସରକାରର ଆବଶ୍ୟକତା ଅଛି । ଏହି ପୋଷ୍ଟ ସହିତ ଲାଲୁ ଯାଦବ ନିଜ ପତ୍ନୀ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ସହ ଫଟୋ ସେୟାର କରିଛନ୍ତି । ସେପଟେ ବିଶିଷ୍ଟ ସମାଜବାଦୀ ନେତା ରାମମନୋହର ଲୋହିଆ ସମାଜର ବିକାଶ ଏବଂ ସୁସ୍ଥ ଗଣତନ୍ତ୍ର ପାଇଁ ସରକାର ବଦଳିବା ଜରୁରୀ ବୋଲି କହିଥିଲେ । ସେ କହିଥିଲେ ଯେ, ରୁଟିକୁ ଓଲଟାଇବା ଜାରି ରଖନ୍ତୁ, ଯାହାଫଳରେ ରୁଟି ଠିକ ସେ ହେଇପାରିବ ।

ଯଦି ରୁଟିକୁ ନ ଓଲଟାଯାଉଛି, ତେବେ ତାହା ପୋଡ଼ିଯିବ । ଅର୍ଥାତ ସମୟ ସହିତ ସତ୍ତା ଆଉ ସରକାର ପରିବର୍ତ୍ତନ ନିହାତି ଜରୁରୀ । ସତ୍ତା ଆଉ ସରକାର ବଦଳିଲେ ସମାଜର ନିମ୍ନ ସ୍ତରରେ ଥିବା ଲୋକ ଏହାର ଲାଭ ପାଇବ । ଆଉ ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପଡ଼ୁଥିବାବେଳେ, ରାମମନୋହର ଲୋହିଆଙ୍କ ଏହି କଥାକୁ ମନେ ପକାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।

Related Posts