“ନୂଆ ଓଡିଶା ଗଠନରେ ଆର୍କିଟେକ୍ନୋ (ARKITECHNO) ଭଳି କୁଶଳୀ ଓ ସ୍ୱଦେଶୀ କମ୍ପାନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ”- ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର, 8/11/2025 (ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସମ୍ମାନଜନକ ଇଣ୍ଡିଆନ ରୋଡ଼ କଂଗ୍ରେସର ୮୪ତମ ବାର୍ଷିକ ସମ୍ମିଳନୀ ଶୁକ୍ରବାର ୭ ତାରିଖ ଠାରୁ ଆରମ୍ଭ ହୋଇଛି | ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ୪ ଦିନିଆ ସମ୍ମିଳନୀରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଦେଶର ବହୁ ନାମୀ ଦାମୀ ଇଂଜିନିୟର, ପ୍ରଫେସର, ପ୍ରତିଷ୍ଠିତ କନସଲଟିଂ ଫାର୍ମ ଓ କମ୍ପାନୀମାନେ ଯୋଗ ଦେଉଛନ୍ତି | ରୋଡ଼ କଂଗ୍ରେସ ଅଧିବେଶନରେ ଓଡିଶାର ଅଗ୍ରଣୀ କନସଲଟିଂ କମ୍ପାନୀ ଆର୍କିଟେକ୍ନୋ (ARKITECHNO) ର କାର୍ଯ୍ୟ ପ୍ରସଂଶିତ ହୋଇଛି |

୭ ତାରିଖ ଉଦ୍ଘାଟନୀ ଉତ୍ସବ ଅବସରରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟର ଏକ ଅଗ୍ରଣୀ ମଲ୍ଟି-ଡିସିପ୍ଳିନାରୀ ଇଂଜିନିୟରିଂ କନସଲଟିଂ କମ୍ପାନୀ ଆର୍କିଟେକ୍ନୋ (ARKITECHNO)ର ଥିମାଟିକ ଷ୍ଟଲ୍ ର ଉଦ୍ଘାଟନ କରିଛନ୍ତି | ଏହି ଅବସରରେ ମନ୍ତ୍ରୀ ହରିଚନ୍ଦନ ଆର୍କିଟେକ୍ନୋ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସ୍ଥାୟୀ ଭିତ୍ତିଭୂମି, ଇଞ୍ଜିନିୟରିଂ ଉତ୍କର୍ଷତା, ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ପ୍ରକଳ୍ପ ପରିଚାଳନାରେ ଆର୍କିଟେକ୍ନୋ ପ୍ରଶଂସନୀୟ କାର୍ଯ୍ୟ କରୁଛି ବୋଲି କହିଥିଲେ | ଆର୍କିଟେକ୍ନୋ ଭଳି ଓଡିଶାର ଓ ଓଡ଼ିଆ କମ୍ପାନୀମାନଙ୍କର ଆଗାମୀ ଦିନରେ ନୂତନ ଓଡିଶା ଗଠନରେ ବହୁ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି | ଏହି ଅବସରରେ ପୂର୍ତ୍ତ ସଚିବ ସଞ୍ଜୟ ସିଂ, ଆର୍କିଟେକ୍ନୋର ମ୍ୟାନେଜିଂ ଡ଼ାଇରେକ୍ଟର ରାଜେଶ ରାୟଚୌଧରୀଙ୍କ ସହ ବିଭିନ୍ନ ପ୍ରକଳ୍ପ ଓ ପ୍ରଯୁକ୍ତି ଜ୍ଞାନ ସମ୍ପର୍କରେ ଆଲୋଚନା କରିଥିଲେ |

ଆର୍କିଟେକ୍ନୋ ସଂସ୍ଥା ଏକ ISO-9001 ସ୍ୱୀକୃତିପ୍ରାପ୍ତ ସଂସ୍ଥା ଯାହାକି ଭିତ୍ତିଭୂମି ବିକାଶ, ହାଇୱେ ଓ ପୋଲ, ଅର୍ବାନ ପ୍ଲାନିଂ, ଜନସ୍ୱାସ୍ଥ୍ୟ ଇଂଜିନିୟରିଂ, ଆର୍କିଟେକଚରାଲ ଇଂଜିନିୟରିଂ, ଏୟାରପୋର୍ଟ ଓ ଟୁରିଜିମ ପ୍ରୋଜେକ୍ଟ ଆଦି ମଲ୍ଟି-ଡିସିପ୍ଳିନାରୀ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି | ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆର୍କିଟେକ୍ନୋ ଶତାଧିକ ପ୍ରକଳ୍ପ ସଫଳତାର ସହ ସମ୍ପୂର୍ଣ କରିବା ସହ ପ୍ରାୟ ୬ ହଜାର କିଲୋମିଟର ରୋଡ଼ ଡିଜାଇନ କାର୍ଯ୍ୟ ସମ୍ପୂର୍ଣ କରିପାରିଛି |

Related Posts