ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ଦିନକ ପରେ ମତଦାନ ହେବାକୁ ଥିବାରୁ ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ରବିବାର ସନ୍ଧ୍ୟାରୁ ପ୍ରଚାର ବନ୍ଦ କରାଯାଇଛି।ପ୍ରଶାସନ ପକ୍ଷରୁ ନିରବ ଅବଧି କଟକଣା ଲାଗୁ ହୋଇଛି। ଏହି ସମୟରେ ସମସ୍ତ ପ୍ରକାର ପ୍ରଚାର ପ୍ରସାର ଉପରେ କଟକଣା ଲଗାଯାଇଛି। ଯିଏ ନିୟମ ଭଙ୍ଗ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହି ନିରବ ଅବଧି ସବୁ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବାହାରୁ ଯାଇଥିବା ନେତା ନିର୍ବାଚନମଣ୍ଡଳୀ ଛାଡୁଥିବାରୁ ସ୍ଥାନୀୟ ନେତାଙ୍କ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ବିଜୟ। ସ୍ଥାନୀୟ ନେତା କିଛି ଗଡ଼ବଡ଼ କଲେ ପୂରା ଗଣିତ ବଦଳିଯିବା ଆଶଙ୍କା ରହିଛି।





