୨୦୨୭ ଜନଗଣନା ପାଇଁ ଆଜିଠୁ ଆରମ୍ଭ ହେବ ପରୀକ୍ଷାମୂଳକ ଭାବେ ଡିଜିଟାଲ ଜନଗଣନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୭ ଜନଗଣନା ପାଇଁ ଆଜିଠୁ ଆରମ୍ଭ ହେବ ପରୀକ୍ଷାମୂଳକ ଭାବେ ଡିଜିଟାଲ ଜନଗଣନା । ତେବେ ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା ।

Related Posts