ଦିଲ୍ଲୀ ବିସ୍ଫୋରଣ; ସୁରକ୍ଷା ସ୍ଥିତି ନେଇ ଆଜି ଗୃହ ମନ୍ତ୍ରାଳୟର ଗୁରୁତ୍ବପୂଣ୍ଣ ବୈଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ହେବା ପରେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସୁରକ୍ଷା ସ୍ଥିତି ନେଇ ଆଜି ଗୃହ ମନ୍ତ୍ରାଳୟର ଗୁରୁତ୍ବପୂଣ୍ଣ ବୈଠକ । ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶାହ କହିଛନ୍ତି, ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍‌ ସିଗନାଲ ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର୍‌ରେ ବିସ୍ଫୋରଣ ହୋଇଛି ।

ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି ଗାଡ଼ି ମୋଟର ଜଳିଯାଇଛି । ଘଟଣା ଘଟିବାର ୧୦ ମିନିଟ୍‌ ମଧ୍ୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ସ୍ବତନ୍ତ୍ର ଶାଖାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନଏସଜି, ଏନଆଇଏ ଏବଂ ଏଫଏସଏଲ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାରେ ମୁଁ ଦିଲ୍ଲୀ ପୁଲିସ କମିସନର ଏବଂ ସ୍ବତନ୍ତ୍ର ବ୍ରାଞ୍ଚ୍‌ ପ୍ରଭାରୀଙ୍କ ସହ କଥା ହୋଇଛି । ବିସ୍ଫୋରଣ ଘଟଣାର ସମସ୍ତ ଦିଗରୁ ତଦନ୍ତ କର‌ାଯିବ ବୋଲି ଶାହ କହିଛନ୍ତି ।

Related Posts