ନୂଆପଡ଼ା ଉପନିର୍ବାଚନ; ସକାଳ ୯ଟା ସୁଦ୍ଧା ୧୪.୯୯% ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହା ମଧ୍ୟରେ ସକାଳ ୯ଟା ସୁଦ୍ଧା ୧୪.୯୯% ମତଦାନ । ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ତେବେ ସକାଳ ୫ଟା୩୦ରୁ ନୂଆପଡ଼ାରେ ମକ୍ପୋଲ୍ରେଆରମ୍ଭ ହୋଇଛି ଉପନିର୍ବାଚନ । ମକ୍ପୋଲ୍ସମୟରେ ୩ ବଲାଟ୍ୟୁନିଟ୍,୩ ଇଭିଏମ୍ୟୁନିଟ୍ତ୍ରୁଟି ଆସିଥିଲା ତାକୁ ଚେଞ୍ଜ କରାଯାଇଛି । ଭୋଟ୍ବେଳେ ବୁଥ୍ନଂ ୭୬ରେ ଗୋଟିଏ ଇଭିଏମ୍ରେ ତ୍ରୁଟି ଦେଖା ଦେଇଥିଲା। ତାହାକୁ ପରିବର୍ତ୍ତନ କରାଯାଇଛି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରି ରହିଛି ।

Related Posts