ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହା ମଧ୍ୟରେ ପୁରୀ ପାଇଁ ହାଇ ଆଲର୍ଟ ଜାରି ହେଇଛି। ଲାଲକିଲ୍ଲା ନିକଟରେ ଏକ କାର୍ରେ ବିସ୍ଫୋରଣରେ ୧୪ ଜଣକ ମୃତ୍ୟୁ ହୋଇଥିବାବେଳେ, ୨୫ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପଟେ ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନ ସହ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏହିକ୍ରମରେ ପୁରୀ ପାଇଁ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ହାଇ ଆଲର୍ଟ ଜାରି ହେବା ପରେ ଶ୍ରୀମନ୍ଦିର, ବଡ଼ଦାଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ। ସେହିଭଳି ଭୁବନେଶ୍ବର ବିମାନ ବନ୍ଦର, ରେଳ ଷ୍ଟେସନ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ସେପଟେ ହୀରାକୁଦରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଛି ପୋଲିସ।





