ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମୋର ବାପା ରାଜେନ୍ଦ୍ର ଢୋଲକିଆ ସିନା ଆଉ ନାହାନ୍ତି। ହେଲେ ନୂଆପଡ଼ାରେ ମୋର ଲକ୍ଷ ଲକ୍ଷ ବାପାଅଛନ୍ତି। ଆଉ ସେମାନଙ୍କ ପାଇଁ କାମ କରିବି। ଆଜି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପରେ ଏଭଳି କହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।
ଏହା ସହବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆହୁରି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତ ଭୋଟର ନୂଆପଡ଼ାର ବିକାଶ ପାଇଁ ଭୋଟ୍ ଦିଅନ୍ତୁ। ଅଞ୍ଚଳର ବିକାଶ ଲାଗି ମତଦାନ କରନ୍ତୁ। ଜୟ ଢୋଲକିଆ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ରହି ନିଜ କାମ ଭାବି ନୂଆପଡ଼ାବାସୀଙ୍କ ସମସ୍ୟାର ସମାଧାନ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି କହିଛନ୍ତି ।





