ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସହଦେବ ହତ୍ୟାକାଣ୍ଡ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଥିଲା ଆଉ ଓଡ଼ିଶା ପୋଲିସର ପାରିବା ପାଣିଆ ଉପରେ ଅନେକ ପ୍ରଶ୍ନ ଉଠିଥିଲା । ଏହା ମଧ୍ୟରେ ମଞ୍ଚେଶ୍ୱର୍ ପୋଲିସକୁ ବଡ ସଫଳତା ମିଳିଛି । ତେବେ ସୁଲେଇକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ସୁଲେଇ ନାଁରେ ଗିରଫ ପରୱାନା ଜାରି କରିଥିଲା କମିସନରେଟ୍ପୋଲିସ।ଗତ ଜାନୁଆରୀ୮ତାରିଖରେ ସହଦେବ ନାକକୁ ରସୁଲଗଡ ଓଭରବ୍ରିଜ୍ଉପରେ ହତ୍ୟା କରାଯାଇଥିଲା। ସେପଟେ ଜାନୁଆରୀ ମାସ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା । ବାଇକ୍ରେ ଆସି ହତ୍ୟା କରିଥିଲେ ଦୁର୍ବୃତ୍ତ ।
ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ । ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଫେରୁଥିବା ବେଳେ ତାଙ୍କୁ ଦୁର୍ବୃତ୍ତ ମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ ।





