ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହା ମଧ୍ୟରେ ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ମୋଦୀ ଏବେ ଭୁଟାନ ଗସ୍ତରେ ଅଛନ୍ତି । ଏଠାରେ ସେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ତାଙ୍କର ମନ ଅଶାନ୍ତ ରହିଛି । ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ତାଙ୍କୁ ବ୍ୟଥିତ କରିଛି । ଏହା ପଛରେ ଯେଉଁ ଷଡଯନ୍ତ୍ରକାରୀ ରହିଛନ୍ତି ସେମାନଙ୍କୁ ନିପାତ କରାଯିବ । ରାତି ସାରା ଘଟଣାକୁ ନେଇ ସେ ସମସ୍ତ ତଦନ୍ତକାରୀ ସଂସ୍ଥା ସହ ଆଲୋଚନା କରିଥିଲେ । ଲଗାତାର ଭାବେ ବିଚାର-ବିମର୍ଶ ଚାଲିଥିଲା ।
ଭାରତୀୟ ସୁରକ୍ଷା ଏଜେନ୍ସି ବିସ୍ଫୋରଣର ମୂଳରେ ପହଁଚିବେ । ସେ ଆହୁରି କହିଛନ୍ତି ଯେ, ଆଜିର ଦିନ ଭୁଟାନ ଏବଂ ରାଜ ପରିବାର ପାଇଁ ଅନେକ ଗୁରୁତ୍ବ ବହନ କରେ । ବିଶ୍ବ ଶାନ୍ତି ପାଇଁ ବିଶ୍ବାସ ରଖୁଥିବା ସମସ୍ତଙ୍କ ପାଇଁ ଏହା ମହତ୍ୱପୂର୍ଣ୍ଣ ଦିନ । ଶହଶହ ବର୍ଷ ଧରି ଭାରତ ଏବଂ ବୁଟାନ ମଧ୍ୟରେ ସୁସମ୍ପର୍କ ରହିଛି । ଉଭୟ ଦେଶ ମଧ୍ୟରେ ବୈଚାରିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ।





